କନକ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ ରହିଥିବା ମା’ କନକ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ସହ ଅଷ୍ଟ ପ୍ରହର ନlମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧିବାସ, କଳସ ଯାତ୍ରା, ଯମୁନା ସାନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଯଜ୍ଞଶାଳା ଅନନ୍ତ ବଳିଆ ଆଶ୍ରମ ବାବା ବଳିଆଙ୍କ ତତ୍ଵାବଧାନରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମା ପୀଠ ନବରାତ୍ର ପୂଜା ପଣ୍ଡିତ ଫକୀର ମୋହନ ଦାଶଙ୍କ ପୌରହିତ୍ୟରେ ପାରମ୍ପରିକ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କଣ୍ଟିଆ ଗଡ଼, ନୀଳାଦ୍ରିପୁର, ମୟୁର ପଦା ଓ ବୋରିଗାଁର କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ପରିଚାଳନା କରିଥିଲେ।

ରାମଗଡ଼ ପଞ୍ଚାୟତର ରଘୁନାଥ ପୁର ଗ୍ରାମ ସ୍ଥିତ ଠାକୁରାଣୀ ମନ୍ଦିରରେ ନବରାତ୍ର ପୂଜା ଆନନ୍ଦ ଉଲସ ସହକାରରେ ଅନୁଷ୍ଠିତ ହୋଇଛି। ସଭାପତି ସୁରେନ୍ଦ୍ର ମହାନ୍ତି, ସମ୍ପାଦକ କୃଷ୍ଣ କେଶବ ପ୍ରଧାନ, କୋଷାଧ୍ୟାକ୍ଷ, ସୁରେନ୍ଦ୍ର ତାରାଇ, ସ୍ୱପ୍ନେଶ୍ଵର ଯୁବକ ସଙ୍ଘ ଓ ଗ୍ରାମବାସୀଙ୍କ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିଲା।

Comments are closed.