ରମ୍ଭା ଶାଖା ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ

ଗଞ୍ଜାମ: ରମ୍ଭା ସ୍ଥିତ ଦଳବେହେରା କଲ୍ୟାଣୀ ମଣ୍ଡପ ପରିସରରେ ସ୍ଥାନୀୟ ଶାଖା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ଭାରତର ନବ ନିଯୁକ୍ତ ଓଡିଶା ନିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସର୍ବ ସମ୍ମତି କ୍ରମେ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ। ବିଗତ ଦୁଇ ବର୍ଷଧରି କରୋନା କଟକଣା ଚାଲିଥିବା ବେଳେ ଚଳିତ ବର୍ଷ କଟକଣା ହଟିବା ପରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରକ୍ଷା ବନ୍ଧନ ଉତ୍ସବ ତାତ୍ପର୍ଯ୍ୟ, ଉପକାର, ଅପକାର, ଉଦେଶ୍ୟ ଉପରେ ଆଲେଶଚନା ହୋଇଥିଲା। ଏଥିସହ ରାଜଯୋଗ ନିତ୍ୟ ଜୀବନରେ ଆପଣେଇବା ଦ୍ୱାରା ସୁଖ ସମ୍ବୃଦ୍ଧି ପ୍ରାପ୍ତ ଉତ୍ସର ପ୍ରେରଣା ପ୍ରଦାନ କରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଲିଲି ଭଉଣୀ, ପାର୍ବତୀ ଭଉଣୀ, ନିବେଦିତା ରାୟ ବକ୍ସି, ସମାଜସେବୀ ଭୀମସେନ ବେହେରା, ବିଜୟ ମିସ୍ତ୍ରୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେବା କେନ୍ଦ୍ରର ବ୍ରହ୍ମକୁମାରୀ ଓ ବ୍ରହ୍ମକୁମାର ଭାଇ ଭଉଣୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସେବା କେନ୍ଦ୍ରର ବ୍ରହ୍ମକୁମାର ପ୍ରଭାତ, ଶରତ, ସୁଦର୍ଶନ, ଅକ୍ଷୟ, ଶଙ୍କର ଓ ଲଷ୍ମୀ ଭଉଣୀ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Comments are closed.