ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଡିଆରଡ଼ିଏ ପିଡି

ଗଞ୍ଜାମ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଆଜି ଅଚାନକ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସେବାର ତଦାରଖ କରିବା ସହ ଉପସ୍ଥିତ ଥିବା ରୋଗୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଗୁଣାତ୍ମକ ଚିକିତ୍ସା ଏବଂ ପରିଷ୍କାର ପରିଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ସେ କହିଥିଲେ। ଏହା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓପିଡି, ପାଥୋଲୋଜି, ଲେବର ରୁମ ସହ ସମସ୍ତ କକ୍ଷକୁ ବୁଲି ତଦାରଖ କରିଥିଲେ।

ଖଣ୍ଡଦେଉଳି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗଞ୍ଜାମ, ରମ୍ଭା, ହୁମ୍ମା ଓ ୟୁଡିଏସପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ଏବଂ ରୋଗୀ କେନ୍ଦ୍ରଗୁଡିକୁ କେତେ ସଂଖ୍ୟକ ରୋଗୀ ଆସୁଛନ୍ତି, ସେମାନଙ୍କୁ ଉଚିତ୍ ସେବା ଯୋଗାଇ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। କେନ୍ଦ୍ରଗୁଡିକରେ କଣ କଣ ଆବଶ୍ୟକତା ରହିଛି ତାହା କିପରି କାର୍ଯ୍ୟକାରୀ କରାଯିବ ସେଥି ନିମନ୍ତେ ଗଞ୍ଜାମ ବିଡିଓ ବିଶ୍ୱଜିତ ରାୟଙ୍କ ସହ ପ୍ରକଳ୍ପ ନିଦ୍ଦେର୍ଶକ ଆଲୋଚନା କରିଥିଲେ। ଏହା ସହିତ ସୌନ୍ଦର୍ଯ୍ୟକରଣ, ପାର୍କ, ରୋଗୀମାନଙ୍କ ନିମନ୍ତେ ବିଶ୍ରାମଗାର ଉପରେ ମଧ୍ୟ ଏହି ସମୀକ୍ଷାରେ ଆଲୋଚନା ହୋଇଥିଲା। ଏହି ପରିଦର୍ଶନ ବେଳେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ସୌମ୍ୟକାନ୍ତ ମହାପାତ୍ର, ଗଞ୍ଜାମ ବିଡିଓ ବିଶ୍ୱଜିତ ରାୟଙ୍କ ସମେତ ଖଣ୍ଡଦେଉଳି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ପି. ଡ଼ି ସୁବଳୟା ପଂଚାୟତ ଶତ୍ରୁସୋଲ ଗ୍ରାମରେ ନିର୍ମାଣାଧୀନ ମିଶନ ଶକ୍ତି ଦ୍ଵାରା ହେଉଥିବା ହେଚେରୀ ପରିଦର୍ଶନ କରଥିଲେ। ଏହି ପରିଦର୍ଶନ ସମୟରେ ବିଡ଼ିଓ, ପୂର୍ଵତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଏଇଇ ବଂଶୀଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.