ଚକ୍ଷୁ ପରୀକ୍ଷା ଶିବିର

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମଧ୍ୟଖଣ୍ଡ ସାହି ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମକୁ ଗଞ୍ଜାମ ଏନ ଏ ସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ବ୍ରହ୍ମପୁର ଅର୍ଜୁନ ୱାଲେ ଚକ୍ଷୁ କେନ୍ଦ୍ର ଏଲ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ୧୪ ଜଣ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଗୋପାଳ କୃଷ୍ଣ ବେହେରା,ଅନୀଲ କୁମାର,ମୋହନ କୁମାର ନାୟକ ପ୍ରମୁଖ ଚକ୍ଷୁ ରୋଗ ବିଶେଷଜ୍ଞ ଚକ୍ଷୁରୋଗିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ସାବିତ୍ରୀ ପଟନାୟକ,ସଂଯୁକ୍ତା ମହାରଣା ଶୁଭଶ୍ରୀ ମହାରଣା,ଗଣେଶ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.