ହୁମା ଓ ପୁଇଁତଳାରେ ନୃସିଂହଚତୁର୍ଦ୍ଦଶୀ ପାଳିତ

ଗଞ୍ଜାମ : ପବିତ୍ର ନୃସିଂହ ଚତୁର୍ଦ୍ଦଶୀ  ଅବସରରେ ହୁମା ଗ୍ରାମ ଓ ପୁଇଁତଳା ଗ୍ରାମରେ ପ୍ରବଳ ଜନ ସମାଗମ, ଉତ୍ସାହ ଉଦ୍ଦିପନା ମଧ୍ୟ୍ୟରେ ପାଳିତ ହୋଇଛି  । ଉଭୟ ଗ୍ରାମରେ ଭୋରୁ ପରମ୍ପରା ଅନୁଯାୟୀ ପୂଜା, ଅର୍ଚ୍ଚନା ହୋଇଥିଲା  । ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଉଭୟ ମନ୍ଦିରରେ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି  । ହୁମା ସ୍ଥିତ ମନ୍ଦିରରେ ଏହି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଶନିବାର ଭୋରୁ ଆରମ୍ଭ ହୋଇଛି  । ମାନସିକ ଧାରୀ ମାନେ ମୁଣ୍ଡନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି  । ରବିବାର ଦିନ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ଅପେରା ପରିବେଷଣ ହେବ ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ସେହିପରି ପୁଇଁତଳା ଗ୍ରାମରେ ଭୋରୁ ଚାରି ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି ତାହା ସନ୍ଧ୍ୟାରେ ଶେଷ ହେବ । ପରେ ସମସ୍ତ ଭକ୍ତ ମାନେ ଏଠାରେ ପ୍ରସାଦ ସେବନ କରିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି  । ଉଭୟ ଗ୍ରାମ ବର୍ତମାନ ଉତ୍ସାବ ମୁଖର ହୋଇଉଠିଛି ।

Comments are closed.