ଲୁଟ ପରେ ବ୍ରହ୍ମପୁରର କ୍ଷୀର ବ୍ୟବସାୟୀଙ୍କୁ ତଣ୍ଟି ଚିପି ହତ୍ୟା, ପୁଲିସ ତଦନ୍ତ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁରର ଜଣେ କ୍ଷୀର ବ୍ୟବସାୟୀ ତଥା ହେରିଟେଜ କ୍ଷୀର ଡିଲରଙ୍କୁ ଶନିବାର ବିଳମ୍ବିତ ରାତିରେ ତଣ୍ଟି ଚିପି ହତ୍ୟା କରାଯାଇଛି । ମୃତକ ହେଲେ ଲମ୍ବୋଦର ମୁନି (୬୫)। ୪ ଜଣ ଦୁର୍ବୁତ୍ତ ଲୁଟ କରିବାକୁ ଆସି ଏଭଳି କାଣ୍ଡ ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଗୋଶାଣିନୂଆଗାଁ ପୁଲିସ ଓ ସନ୍ଧନୀ କୁକୁର ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବ୍ରହ୍ମପୁର ଏସପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସୂଚନା ଯୋଗ୍ୟ, ହିଲପଟଣାରେ ଲମ୍ବୋଦରଙ୍କ କ୍ଷୀର ଗୋଦାମ ରହିଛି । ଗତକାଲି ସେ ଗୋଦାମ ଭିତରେ ଶୋଇଥିବା ବେଳେ ୪ ଜଣ ଦୁର୍ବୁତ୍ତ ତାଙ୍କ ଗୋଦାମ ଭିତରେ ପଶିଥିଲେ । ଲମ୍ବୋଦର ଏହାର ବିରୋଧ କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ହତ୍ୟା କରି ଆଲମୀରା ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କା ଓ ସୁନା ଲୁଟ କରି ଫେରାର ହୋଇଯାଇଥିଲେ । ଗଂଜାମରେ ସାପ୍ତାହିକ ୨ ଦିନିଆ ସଟଡାଉନ ଚାଲିଥିବା ବେଳେ ଶୁନସାନର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏହି ଘଟଣା ଘଟାଇଛନ୍ତି । ପୁଲିସ ସିସିଟିଭି ଫୁଟେଜ ଯାଂଚ କରି ଖୋଳତାଡ଼ ଜାରି ରଖିଛି ।

Comments are closed.