ଗଞ୍ଜାମ ଏନଏସିରେ ବିପର୍ଯ୍ୟସ୍ତ ପରିମଳ ସେବା

ଗଞ୍ଜାମ : ଗଞ୍ଜାମ ବିଜ୍ଞପିତ ଅଞ୍ଚଳ ପରିଷଦରେ ଏବେ ପରିମଳ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ପଡ଼ିଥିଲେ ମଧ୍ୟ ସେଥି ପ୍ରତି କାହାର ନଜର ପଡୁନାହିଁ । ଫଳରେ ଏହାକୁ ନେଇ ବିଭିନ୍ନ ୱାର୍ଡ଼ରେ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏନେଇ ଏନଏସି କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୂଚନା ଥାଉ କି ଏନଏସି ରେ ରହିଛି ମୋଟ ବାରଟି ୱାର୍ଡ଼। ସେ ସବୁ ସଫା ପାଇଁ ଠିକାଦାର ଙ୍କ ଦ୍ବାରା ଦିନ ମଜୁରିଆ ଭାବେ ରହିଛନ୍ତି କିଛି ଝାଡୁଦାର। କିନ୍ତୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଠିକ୍ ଭାବେ ସହରରେ ସଫା ହେଉନି। ଦାମଦର ପୁର ରାସ୍ତା, ଷ୍ଟେଟ ବ୍ୟାଙ୍କ ରାସ୍ତା, ପଣ୍ଡା ସାହି, ସାମନ୍ତରାସାହି ସମେତ ଅନେକ ସ୍ଥାନରେ ଅଳିଆ ଗଦା ହୋଇ ରହୁଛି। ଯାହାକି ଲୋକମାନେ ଯାତାୟାତ ବେଳେ ଅସୁବିଧା ସୃଷ୍ଟ କରୁଛି। ଏନଏସି କର୍ତ୍ତୃପକ୍ଷ ଏହା ଦେଖି ନଦେଖି ଲାଭଳି ନିରବଦ୍ରଷ୍ଟା ସାଜିଛନ୍ତି। ସାଧାରଣରେ ଏହା କୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗଯୋଗ ବେଳେ ସେ ପରିମଳ ବ୍ୟବସ୍ଥା ଅସୁବିଧାକୁ ସ୍ୱୀକାର କରବା ସହ କିଛି ଦିନ ହେଲା ଏହି ଅସୁବିଧା ହେଇଛି। ଯଥା ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି ।

Comments are closed.