ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ  ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀ ମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଥିବା ଏହି ନକଲି କାର୍ଯ୍ୟାଳୟକୁ ଠାବ କରିଛନ୍ତି । ସେଠାରୁ ବିପୁଳ ପରିମାଣର ସରକାରୀ ଶ୍ରମିକ ଆବେଦନ ଫର୍ମ ଠାବ ହୋଇଛି । ଲୋକଙ୍କ ନାମରେ ଶ୍ରମିକ କାର୍ଡ଼ କରାଇ ଦେବାକୁ କହି ଏହି କାର୍ଯ୍ୟାଳୟର କର୍ମଚାରୀମାନେ ୩୦୦ ରୁ ୪୦୦ ଲେଖାଏଁ ଟଙ୍କା ଆଦାୟ କରୁଥିଲେ । ଏହି ନକଲି କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ବୋଲି ଲେଖା ହୋଇଛି । ଏଠାରେ ବ୍ରାଞ୍ଚ ଅଫିସ ଖୋଲି ଲୋକଙ୍କୁ ମେମ୍ବରସିପ କରାଇଦେବାକୁ ଟଙ୍କା ଆଦାୟ ସହ ଏହା ବଦଳରେ ରସିଦ ମଧ୍ୟ ଦିଆଯାଇଛି । ନକଲି କାର୍ଯ୍ୟାଳୟକୁ ଠାବ କରି ତଳ ସ୍ତରରେ ତଦନ୍ତ କରିବା ବ୍ରହ୍ମପୁର ଜିଲା ଶ୍ରମ ଅଧିକାରୀ ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି ।

Comments are closed.