ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ; ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ଥାନା ହାତୀଗଡ଼ା ଗ୍ରାମରେ ଅଭବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକ ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବକ ଜଣଙ୍କ ଅରୁଣ ଗୌଡ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଅରୁଣ ଗୌଡ଼ ଓ ତାଙ୍କ ବାପା ସନ୍ତୋଷ ଗୌଡ଼ କେରଳରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ।ଏହାପରେ ସେମାନେ ଗାଁକୁ ଫେରିଥିଲେ। ଗତକାଲି ଗ୍ରାମର ଏକ ବିବାହ ଭୋଜିରେ ଯୋଗ ଦେଇ ଅରୁଣ ଘରକୁ ଫେରିଥିଲେ। ଏହାପରେ ସେହି ଗ୍ରାମର କିଛି ଯୁବକ ଅରୁଣଙ୍କୁ ଘରୁ ଡାକିନେଇଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରେ ବଚସା  ହୋଇଥିଲା ପରେ କିଛି ଯୁବକ ସଙ୍ଗବଦ୍ଧ ଭାବେ ଠେଙ୍ଗାରେ ଅରୁଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଅରୁଣଙ୍କ ବାପା ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ  ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Comments are closed.