ଲାଞ୍ଚ ନେଇ ଗିରଫ ହେଲେ ଉଦ୍ୟାନ ବିଭାଗ ଯନ୍ତ୍ରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଉଦ୍ୟାନ ବିଭାଗ ଯନ୍ତ୍ରୀ ଉମାଚରଣ ବେହେରା ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । କରଚୁଲି ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ଵାରା ଯନ୍ତ୍ରୀ ଗିରଫ ହୋଇଛନ୍ତି । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । କରଚୁଲିର କିଛି ଚାଷୀ ଉଦ୍ୟାନ ବିଭାଗ ପକ୍ଷରୁ ଋଣ ନେଇ ଚାଷ କରିଥିବା ବେଳେ ତାହାର ସବସିଡ ରାଶି ପାଇଁ ଯନ୍ତ୍ରୀ ଜଣଙ୍କ ୨୬ ହଜାର ଲାଞ୍ଚ ମାଗିଥିଲେ । ଏ ନେଇ ପୂର୍ଣଚନ୍ଦ୍ର ଭିଜିଲାନ୍ସରେ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଛି।

Comments are closed.