ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ବାମୀ ଗିରଫ

ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋନପୁର ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ପତ୍ନୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିବା ନେଇ ଗୋଳନ୍ଥରା  ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କନକଲତା ବେହେରା ଉକ୍ତ ଗ୍ରାମର ବସନ୍ତ କୁମାର ବେହେରାଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ବାମୀ ବସନ୍ତ କୁମାର ବେହେର  ତାଙ୍କ ପତ୍ନୀ କନକଲତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।  ବସନ୍ତ କୁମାର ବେହେରା ବର୍ତ୍ତମାନ  ଓଡ଼ିଶା ପ୍ରଶାସନିକ ସେବା (ଓ ଏ ସେ)ପାଇବା ପରେ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅଧିନରେ ତାଲିମ ନେଉଥିବା ଜଣାପଡିଛି। କନକଲତାଙ୍କ ଅଭିଯୋଗ ପରେ  ଥାନା କେସ ନଂ ୩୧୬/୧୯, ଦଫା ୪୯୮୮(ଏ)/୩୪ ଆଇପିସିରେ ମାମଲ ରୁଜୁ କରି ବସନ୍ତ କୁମାର ବେହେରାଙ୍କୁ ଗିରଫ କରାଯାଇଥିବା ସଦର ଏସ ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ , ୧୦ବର୍ଷ ତଳେ ସୁନାପୁର ଗ୍ରାମର କନକଲତା ବେହେରା ଉକ୍ତ ଗ୍ରାମର ବସନ୍ତ କୁମାର ବେହେରା ଙ୍କୁ ବୈଦିକି ରୀତିରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ବସନ୍ତ ଅନ୍ୟ ଏକ ଯୁବତୀଙ୍କ ସହ ସମ୍ପର୍କ ରକ୍ଷା କରି ତାଙ୍କ ପତ୍ନୀଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଶେଷରେ ତାଙ୍କ ସ୍ବାମୀ ବସନ୍ତ (ଓଏସ) ପାଇବା ପରେ କନକଲତା ଙ୍କ ଧମକ ଚମକ ଦେଇଥିଲେ। ଆଜି ଏନେଇ ନିର୍ଯାତନାର ଶିକାର ହୋଇଥିବା କନକଲତା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 

Comments are closed.