୮୦ ଲକ୍ଷର ଗଞ୍ଜେଇ ଜବତ ; ଜଣେ ଗିରଫ

ଭଞ୍ଜନଗର : ପିକଅପ ଭ୍ୟାନରୁ ୩୨୦ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗଜପତି-ଗଞ୍ଜାମ ରାସ୍ତାର ବଡଗଡ ଥାନା ଅନ୍ତର୍ଗତ ଡାଳଖାଇ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଗଜପତିରୁ ଗଞ୍ଜାମକୁ ଚାଲାଣ ବେଳେ ପୁଲିସ ଚଢାଉ କରି ଏହାକୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.