ଗଞ୍ଜେଇ ଭର୍ତ୍ତି କାର ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୁଲିସ୍‍ ପକ୍ଷରୁ ଗଞ୍ଜେଇ ଭର୍ତ୍ତି ଏକ କାର୍‍ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ଗିରଫ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଆଉଜଣେ ଦାରିଙ୍ଗାବାଡ଼ି ଥାନା ଅନ୍ତର୍ଗତ ପରପାଙ୍ଗା ଗ୍ରାମର ସାଗର ପ୍ରଧାନ(୩୧) ବୋଲି ଥାନା ସୂତ୍ରରୁ ପ୍ରକାଶ। ଗାଡ଼ି ମଧ୍ୟରୁ ପ୍ରାୟ ୮୨ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ୨ ଜଣ ମିଶି ଏକ କାରରେ ବାଲିଗୁଡ଼ା ଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ୍‍ କୌଣସି ପ୍ରକାର ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ, ଏସ୍‍ଆଇ ସୌମ୍ୟ ରଞ୍ଜନ ଜେନାଙ୍କ ନେତୃତ୍ୱରେ ସଦଳବଳେ ଶ୍ରାନିକେତା ଘାଟି ଉପରେ ଜଗରହି ଗାଡ଼ିକୁ ଜବତ କରିଥିଲେ। ଏନେଇ ପୁଲିସ୍‍ କେସ ନଂ ୧୧୫ା୨୦ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

 

Comments are closed.