କାର ସହ ଗଞ୍ଜେଇ ଜବତ, ମହାନଦୀ ବ୍ରିଜ ଉପରେ ଗାଡି ଛାଡି ଚାଳକ ଫେରାର

ବୌଦ୍ଧ: ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ ଏକ କାର ସହ ୬୦ କିଲୋ ଗଞ୍ଜେଇ ବୌଦ୍ଧ ପୁଲିସ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗତ ରିବିବାର ଦିନ ଏକ କାରରେ ଚୋରା ଗଞ୍ଜେଇ ବାହରକୁ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବୌଦ୍ଧ ପୁଲିସ ସହରର ବ୍ରିଜ ଛକ ଠାରେ ଛକି ରହିଥିଲା। ସନ୍ଧ୍ୟା ୭ଟା ସମୟରେ ଏକ କାରକୁ ବୌଦ୍ଧ ମହାନଦୀ ବ୍ରିଜ ଉପରେ ପୁଲିସ ଅଟକାଇଥିଲା। କିନ୍ତୁ କାର ଚାଳକ ଗାଡିକୁ ନ ଅଟକାଇ ରେଢାଖୋଲ ଆଡକୁ ପଲାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ପଛେ ପଛେ ଗୋଡେଇବାରୁ ଚାଳକ କାରଟିକୁ ମହାନଦୀ ବ୍ରିଜ ଉପରେ ଛାଡି ଧାଇଁ ପଲାଇଥିଲା। ପୁଲିସ ଗାଡି ଯାଞ୍ଚ୍‍ କରିବାପରେ ସେଥିରୁ ୩ ଗୋଟି ଜରିବସ୍ତାରେ ଥିବା ୬୦ କେଜି ଗଞ୍ଜେଇ ଜବତ କରିବା ସହ ଗାଡିକୁ ଜବତ କରିଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କୁ ପଚାରିବାରୁ ୬୦ କିଲୋ ଗଞ୍ଜେଇ ସହ କାରକୁ ଜବତ କରାଯାଇଛି, କିନ୍ତୁ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିବା ପ୍ରକାଶ କରିଥିଲେ। ଏହି ଗଞ୍ଜେଇ ଚାଲାଣରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଥିବାବେଳେ ଦୋଷୀମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।

 

Comments are closed.