୭ ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ; ୪ ଗିରଫ

କଟକ: କଟକ ମଙ୍ଗୁଳି ଛକରୁ ରବିବାର ୭ ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ ହୋଇଛି। ଏହା ସହିତ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାଡ୍ ଚଢାଉ କରି ନିଶା ବେପାରୀଙ୍କୁ ଗିରଫ କରିବା ସହ ଏହି ନିଶାଦ୍ରବ୍ୟ ଜବତ କରିଛି। ନିଶା ସାମଗ୍ରୀ ଚାଲାଣରେ ବ୍ୟବହୃତ ୨ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି।

Comments are closed.