୨୦କେଜି ଗଂଜେଇ ସହ ଟ୍ରକ ଜବତ, ଜଣେ ଗିରଫ

ଫୁଲବାଣୀ: ଗଂଜେଇ ଚୋରାଚାଲଣ ବେଳେ ବାଲିଗୁଡା ପୁଲିସ ଦ୍ୱାରା ଧରା ପଡିଛି। ଏଥିରେ ଜଣେ ଗିରଫ ହୋଇଥିବା ସହ ଟ୍ରକ ଜବତ ହୋଇଛି।

ପୁଲିସ୍‍ ସୂଚନା ପ୍ରକାରେ, ଗତକାଲି ରାତ୍ରରେ ପୁଲିସ ଏସଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ନେତୃତ୍ୱରେ ପାଟ୍ରୋଲିଙ୍ଗ ସମୟରେ ଗୋଟିଏ ଟ୍ରକରେ ଗଂଜେଇ ଚୋରା ଚାଲଣ କରୁଥିବା ସନ୍ଦେହରେ ଟ୍ରକ ଉପରେ ଚଢାଉ କରିଥିଲେ। ଟ୍ରକ ଭିତରୁ ୨୦କେଜି ୫୦୦ ଗ୍ରାମର ଗଂଜେଇ ଜବତ କରିଥିବା ବେଳେ ଗାଡି ଡ୍ରାଇଭର ସାଧୁ ଚରଣ ମହାପାତ୍ରଙ୍କୁ ଗିରଫ କରିଛନ୍ତି ଓ ଟ୍ରକକୁ ଜବତ କରାଯାଇଛି। ଗିରଫ ବ୍ୟକ୍ତି ସାଧୁ ଚରଣ ମହାପାତ୍ରଙ୍କୁ ଥାନା କେଶ ନମ୍ବର ୧୩୯ା୨୦ରେ ମାମଲା ରୁଜୁ କରି କୋର୍ଟଚାଲଣ କରାଯାଇଥିବା ଡିଏସପି ମନୋଜ କୁମାର ପୁଜାରୀ ସୁଚନା ଦେଇଛନ୍ତି।

Comments are closed.