କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ; ୨ ଗିରଫ, ୧୨ଫେରାର

ଫୁଲବାଣୀ: ରାଜ୍ୟ ବାହାରକୁ ଚାଲାଣ ନିମନ୍ତେ ଗଚ୍ଛିତ ରଖାଯାଇଥିବା ୨୦ କ୍ବିଣ୍ଟାଲ ୨୦ କେଜି ଓଜନର ଗଞ୍ଜେଇ ଜବତ କରିଛି ଫୁଲବାଣୀ ପୁଲିସ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ଗଞ୍ଜେଇ କାରବାରର ମୁଖ୍ୟ କୁହାଯାଉଥିବା ବ୍ୟକ୍ତିଙ୍କ ସମେତ ୧୨ ଜଣ ଫେରାର ହୋଇ ଯାଇଛନ୍ତି ।

ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ନିମନ୍ତେ ରଖାଯାଇଥିବା ସୂଚନା ପାଇ ପୁଲିସ କନ୍ଧମାଳ ଜିଲା ଗୋଚ୍ଛାପଡ଼ାର ଡ଼୍ରେସା ଗାଁରେ ଚଢ଼ଉ କରିଥିଲା ।  ମାତ୍ର ପୁଲିସ ଆସୁଥିବା ଖବର ପାଇ ଅନ୍ୟମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ ହେଁ ବଡ଼ଗା ଦିଗାଲ ଓ ବିଞ୍ଜେ କହଁର ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଧରିବାକୁ ସକ୍ଷମ ହୋଇଥିଲା । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠାରୁ ସୂଚନା ନେଇ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.