ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲାରେ ବ୍ୟାପକ ଭାବେ ଗଂଜେଇ ଚାଷ ହେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଲଗାତାର ଭାବରେ ଚଢଉ କରି ନଷ୍ଟ କରାଯାଉଛି। ବୌଦ୍ଧ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ତତ୍ୱାବଧାନରେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗୁନ୍ଦୁଳିଆ ପଞ୍ଚାୟତର ବୁରବୁଡା ଅଞ୍ଚଳର ଆଭ୍ୟନ୍ତରୀଣ ଜଙ୍ଗଲରେ ଚଢଉ କରି ୧୧ ଏକର ଜାଗାରେ ହୋଇଥିବା ଗଂଜେଇ ଗଛ ନଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ୩୩  ହଜାର ଗଂଜେଇ ଗଛ କାଟି ନଷ୍ଟ କରିବା ସହ ଏକଜୁକୁଟିଭ ମାଜିଷ୍ଟ୍ରେଟ ଭାବରେ ବିରଂଚି ଧରୁଆଙ୍କ ଉପସ୍ଥିତିରେ ପୋଡି ଦିଆଯାଇଥିଲା। ନଷ୍ଟ କରାଯାଇ ଥିବା ଗଂଜେଇ ଗଛର ଆନୁମାନିକ ମୁଲ୍ୟ ୩ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ସୂଚନା ଦିଆଯାଇଛି। ଚଢଉରେ ଅବକାରୀ ଇନିସପେକଟର ବିଜୟ କୁମାର ଧରୁଆ, ଏଏସଆଇ କିଶୋର ଚନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ଭୋଇ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।

Comments are closed.