୧୭୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଲଗାତାର ଭାବେ ବେଆଇନ ଭାବେ ଲାଗିଥିବା ବିଭିନ୍ନ ସରକାରୀ ଜମିରେ ଶହ ଶହ ଏକର ଜମିରି ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ସୋମବାର ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଂଚାୟତରେ ଦ୍ୱିତିୟ ଥର ପାଇଁ ହୋଇଛି ଗଞ୍ଜେଇ ଗଛକଟା ଅଭିଯାନ। ଉକ୍ତ ପଂଚାୟତର କାଣିବାଲି ଓ ଉରମାଗଡ଼ ଗ୍ରାମରେ ବିଭିନ୍ନ ନଦୀକୂଳ ମାନଙ୍କରେ ଥିବା ଜଙ୍ଗଲରେ ଲାଗିଥିବା ପ୍ରାୟ ୧୭୦ ଏକର ଜମିରୁ ୧ କୋଟି ୭୦ ଲକ୍ଷ ଟଙ୍କାର ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟ୍‍ ଭାବେ ଫୁଲବାଣୀ ଅତିରିକ୍ତ ତହସିଲ୍‍ଦାର ଅନିତା ସାହୁଙ୍କ ଉପସ୍ଥିତିରେ ୨ ପ୍ଳାଟୁନ୍‍ ପୁଲିସ୍‍ ଫୋର୍ସ , ୭୦ଜଣ ଶ୍ରମିକ ଓ ଅବକାରୀ ବିଭାଗର କର୍ମଚାରୀ ସମେତ ଏସ୍‍ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଅନ୍ୟମାନେ ସାମିଲ୍‍ ହୋଇ ଗଛକାଟି ନଷ୍ଟ କରିଥିଲେ।

Comments are closed.