୧୪୮କେଜି ଗଂଜେଇ ଜବତ, ୨ଟି ମାମଲାରେ ୯ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା କ.ନୁଆଗାଁ ପୁଲିସ ଏକ ବଡ ଧରଣର ଗଂଜେଇ ରାକେଟ ଠାବ କରିବାରେ ସଫଳ ହୋଇଛି। ଦୁଇଟି ମାମଲାରେ ୯ ଜଣକୁ ଗିରଫ କରିବା ସହିତ ୧୪୮ କେଜି ଗଂଜେଇ ଜବତ କରିଥିବା ପ୍ରକାଶ।

ଖବର ପ୍ରକାରେ , କ.ନୁଆଗାଁ ପୁଲିସ କୌଣସି ପ୍ରକାର ଖବର ପାଇଁ ଏକ ମାଲବୁହା ପିକଅପ ଗାଡ଼ିକୁ ପୁରୁଣା ନୁଆଗାଁ ଶିବମନ୍ଦିର ନିକଟରେ ପୁଲିସ ଚଢାଉ କରିଥିଲେ। ଗଂଜେଇ ବୋଝେଇ ଗାଡିକୁ ବାଟ ଦେଖାଇବା ପାଇଁ ବଜାଜ ପଲସର ଗାଡିସହ ଟାଟା ଇଣ୍ଡିକା କାର ପଛରେ ଆସୁଥିଲେ। ଗଂଜେଇ ବୋଝେଇ ଗାଡି ସହ ସହଯୋଗ କରିବାକୁ ଆସୁଥିବା ପଲସର ଓ କାରକୁ ଜବତ କରି ଥାନାକୁ ଆଣିଥିଲେ। ଉକ୍ତ ପିକଅପ୍ ଗାଡ଼ିରୁ ପୁଲିସ୍ ୧୧୩କେଜି ୫୦୦ଗ୍ରାମ ଗଂଜେଇ ଜବତ କରିବା ସହ ଏହି ଘଟଣାରେ ସାତ ଜଣକୁ ଗିରଫ କରିଛି। ଗିରଫ ସାତଜଣ ହେଲେ କେ.ନୁଆଗାଁ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମର ଗୋପବନ୍ଧୁ ଦିଗାଲ ଓ ଗଂଜାମ ଜିଲା ଅନ୍ତର୍ଗତ ଦିଗପହଣ୍ଡି ଅଞ୍ଚଳର ବନବାସୀ ଜେନା ଓ ପାତ୍ରପୁର ବ୍ଳକ ଅନ୍ତର୍ଗତ ପୋଡାମାରି ଅଞ୍ଚଳର ଅଂଚଳର ସନ୍ତୋଷ ଗୌଡ, ସିମାଂଚଳ ଗୌଡ,ସିତୁନୁ ସ୍ୱାଇଁ,ପ୍ରଧାନି ଜାନି ଓ ରଂଜନ ଜାନି  ପ୍ରମୁଖ ବୋଲି ଥାନା ସୂତ୍ରରୁ ପ୍ରକାଶ। ଏହି ଗଂଜେଇ କ.ନୁଆଗାଁରୁ ଗଂଜାମ ଜିଲାକୁ ଚାଲାଣ ହେଉଥିବା ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଗିରଫ ମାନଙ୍କୁ କ.ନୁଆଗାଁ ଥାନା କେଶ ନମ୍ବର୫୩/୨୦ରେ ମାମଲାରୁଜୁ କରି କୋର୍ଟ ଚାଲଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୁଚନା ଦେଇଛନ୍ତି। ସେହିପରି  ଅନ୍ୟଏକ ଘଟଣାରେ ମଧ୍ୟ କ.ନୂଆଗାଁ ପୁଲିସ୍ ୩୫ କେଜି ଗଂଜେଇ ଜବତ କରିଥିବା ବେଳେ ଏହି ଘଟଣାରେ ମଧ୍ୟ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.