ସାଢ଼େ ୪ ମାସରେ ଗାଙ୍ଗୁଲିଙ୍କ ୨୨ ଥର କୋଭିଡ୍‌ ପରୀକ୍ଷା

ମୁମ୍ବଇ : ଗତ ସାଢ଼େ ୪ ମାସ ମଧ୍ୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ୨୨ଥର କୋଭିଡ୍ ପରୀକ୍ଷା ଦେଇଥିବା ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ମଧ୍ୟଭାଗରୁ ନଭେମ୍ବର ପ୍ରଥମଭାଗ ପର୍ଯ୍ୟନ୍ତ ଆଇପିଏଲ୍‌ ଯୋଗୁଁ ଗାଙ୍ଗୁଲି ୟୁଏଇରେ ଥିଲେ। ସେହି ସମୟରେ ସେ ଅନେକଥର କୋଭିଡ୍‌ ପରୀକ୍ଷା ଦେଇଥିଲେ। ଗାଙ୍ଗୁଲି କହିଥିଲେ ଯେ କରୋନା କାଳରେ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେକ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିବାରୁ ସେ ବାରମ୍ବାର କୋଭିଡ୍‌ ପରୀକ୍ଷା ଦେଇଥିଲେ। ତେବେ ଥରେ ମଧ୍ୟ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିନଥିଲା। କରୋନା ସମୟରେ ସଫଳତା ପୂର୍ବକ ଆଇପିଏଲ୍‌ ଆୟୋଜନ ବିସିସିଆଇ ନିମନ୍ତେ ଏକ ବଡ଼ ସଫଳତା ବୋଲି ଗାଙ୍ଗୁଲି କହିଛନ୍ତି। ୟୁଏଇ​‌େ​‌ର ଆୟୋଜିତ ଆଇପିଏଲ୍‌ ସମୟରେ ପାଖାପାଖି ୪୦୦ ଜଣ ଜୈବ ନିରାପତ୍ତା ବଳୟରେ ରହିଥିଲେ ଏବଂ ୩୦ରୁ ୪୦ ହଜାର ଥର କୋଭିଡ୍‌ ପରୀକ୍ଷା କରା ଯାଇଥିଲା ବୋଲି ଗାଙ୍ଗୁଲି କହିଛନ୍ତି।

Comments are closed.