ଭାରତ ଫେରୁଛି ୧୫ ବର୍ଷଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ

ନୂଆଦିଲ୍ଲୀ : ଦିର୍ଘ ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ରବିବାର ଭାରତ ଫେରୁଛି। ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେବ ରବି ପୂଜାରୀକୁ ଭାରତ ଆଣିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଗତ ସପ୍ତାହରେ ଗ୍ୟାଙ୍ଗଷ୍ଟାର ରବୀ ପୂଜାରୀକୁ ଦକ୍ଷିଣ ଆଫ୍ରିକା ସେନେଗଲରୁ ଗିରଫ କରାଯାଇଥିଲା । ରବି ପୂଜାରୀ ଗିରଫ ହେବାପରେ ତାକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଭାରତୀୟ ସୁରକ୍ଷା ସଂସ୍ଥା ଦକ୍ଷିଣ ଆଫ୍ରିକା ସରକାରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରବୀ ପୂଜାରୀ ପ୍ରତ୍ୟର୍ପଣ ବିରୋଧରେ ସେନେଗଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ରବି ପୂଜାରୀକୁ ଭାରତ ଆଣିବା ରାସ୍ତା ଫିଟିଥିଲା। ରବିବାର ଦକ୍ଷିଣ ଆଫ୍ରିକାରୁ ଏକ ସ୍ବତନ୍ତ୍ର ଟିମ୍ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅଣାଯାଉଛି। ଏହି ଟିମରେ କର୍ଣ୍ଣାଟକର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ସାମିଲ ଅଛନ୍ତି।

କର୍ଣ୍ଣାଟକର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ବହୁ ହତ୍ୟା ମାମଲାରେ ଜଡିତ ରହିଛି। ଦିର୍ଘ ୧୫ ବର୍ଷ ହେବ ସେ ଫେରାର୍ ଥିଲା। କର୍ଣ୍ଣାଟକ ପୁଲିସ ଏବଂ ସେନେଗଲର ସୁରକ୍ଷା ଅଧିକାରୀଙ୍କ ମିଳିତ ତଦନ୍ତରେ ରବି ପୂଜାରୀକୁ ଗିରଫ କରାଯାଇଥିବା ସୂଚନା ରହିଛି।

Comments are closed.