ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ ବମିନୀଠ ପଞ୍ଚାୟତର ଗୁମାଲଣ୍ଡଳୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଲ ମଝିରୁ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ। କୌଣସି କାରଣରୁ ଘର ବାହାରକୁ ଯାଇ ଆଉ ଫେରିନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ନାବାଳିକା ମୃତଦେହ ନିକଟରେ ଯୁବକଙ୍କ ଦୁଇଟି ପ୍ୟାଣ୍ଟ ଓ ଚପଲ ପଡିଥିବା ଦେଖିବାକୁ ମିଳିଛି। ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଯେପରି ହାଇଦ୍ରାବାଦରେ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରାଯାଇଥିଲା ଠିକ ସେହିପରି ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ମା ଘର ଅଧ୍ୟକ୍ଷ କାଦମ୍ବିନୀ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଦାବି କରିଛନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋରାପୁଟ ସାଇଣ୍ଟିଫିକ ଦଳକୁ ଖବର ଦିଆଯାଇଛି। ସାଇଣ୍ଟିଫିକ ଟିମ ଆସିଲେ ଘଟଣାର ତଦନ୍ତ ହେବା ପରେ ସଠିକ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ନଟବର ନନ୍ଦ କହିଛନ୍ତି।

Comments are closed.