ବକୁଲ ଫାଉଣ୍ଡେସନ ପକ୍ଷରୁ ନିଆରା ଗଣେଶ ପୂଜା

ଭୁବନେଶ୍ୱର : ଆଜି ସମସ୍ତ ସ୍ଥାନରେ କରାଯାଉଛି ଅଗ୍ରପୂଜ୍ୟଙ୍କ ଆରାଧନା। ବିଭିନ୍ନ ସ୍ଥାନରେ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ସାଜସଜ୍ଜାରେ ସଜ୍ଜିତ କରାଯାଇଛି। ତେବେ ରାଜଧାନୀର ଫରେଷ୍ଟ ପାର୍କରେ ବକୁଲ ଫାଉଣ୍ଡେସନ ପକ୍ଷରୁ ନିଆରା ଭାବେ ଗଣେଶ ପୂଜା ପାଳନ କରାଯାଇଛି।

ଏଠାରେ ଏକ ବୃକ୍ଷକୁ ପ୍ରଭୁ ଗଣେଶଙ୍କ ଭାବେ ସଜାଯାଇ ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦରେ ଏଠାରେ ଲଡୁ ମିଠା ବଦଳରେ ଛୋଟ ଛୋଟ ଗଛ ପ୍ରଦାନ କରାଯାଉଛି। କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଅଧିକ ଥିବାରୁ ଗଛକୁ ପୂଜାର୍ଚ୍ଚନା କରି ଏହାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରିବାକୁ ବକୁଲ ଫାଉଣ୍ଡେସନ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି।

Comments are closed.