ଗଣେଶ ପୂଜା

ଓଡ଼ିଶାରେ ଗଣେଶ ପୂଜା ଶରତ ଋତୁରେ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ଅନ୍ୟତମ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ଏହା ପାଳନ କରାଯାଏ। ପୁରାଣ ଓ ଶାସ୍ତ୍ର ଅନୁଯାୟୀ, ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ତାଙ୍କର ଅନ୍ୟନାମ ବିଘ୍ନେଶ। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ। ଗଣେଶଙ୍କୁ ବିଶେଷ କରି ରାଶି ଲଡୁ, ମୋଦକ, ନଡ଼ିଆ ପ୍ରଭୃତି ନୈବେଦ୍ୟ ସହ ପୂଜା କରାଯାଏ। ଗଣେଶଙ୍କ ପାଖେ ଭୋଗ ହେଉଥିବା ରାଶିରେ ମସ୍ତିଷ୍କର ସ୍ନାୟୁ ସବଳ ହୁଏ। ଗଣେଶଙ୍କୁ ନୈବେଦ୍ୟ ହେଉଥିବା ମୋଦକର ସମସ୍ତ ଉପାଦାନରୁ ଜଣାଯାଏ, ସେସବୁ ମେଧାବର୍ଦ୍ଧକ। ପ୍ରାୟ ପ୍ରତ୍ୟେକ ଘରେ ଓ ବିଦ୍ୟାଳୟମାନଙ୍କରେ ଏହି ଉତ୍ସବ ଅନୁଷ୍ଠିତ ହୁଏ।

Comments are closed.