ପୁଣି ଆକ୍ସନ ଅବତାରରେ ଟାଇଗର୍‍; ସାମ୍ନାକୁ ଆସିଲା ‘ଗଣପତ’ର ମୋଶନ୍‍ ପୋଷ୍ଟର

ମୁମ୍ବଇ: ଖୁବ୍‍ଶୀଘ୍ର ଦର୍ଶକଙ୍କୁ ଆଉ ଏକ ଆକ୍ସନ ଥ୍ରୀଲର୍‍ ଭିତ୍ତିକ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍। ଫିଲ୍ମର ନାଁ ରହିଛି ‘ଗଣପତ’। ଯାହାର ମୋଶନ୍‍ ପୋଷ୍ଟର ଗୁରୁବାର ରିଲିଜ୍‍ ହୋଇଛି। ଟାଇଗର୍‍ ନିଜେ ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରିଛନ୍ତି। ପୋଷ୍ଟରରେ ଟାଇଗର୍‍ଙ୍କ ଆକ୍ସନ୍‍ ଅବତାର ଦେଖିବାକୁ ମିଳିଛି। ଏହାସହିତ ଫିଲ୍ମର ଏକ ଦମ୍‍ଦାର୍‍ ଡାଏଲଗ୍‍ ମଧ୍ୟ ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ, ‘ଗଣପତ’ର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିବେ ବାସୁ ଭଗନାନୀ। ତେବେ ଫିଲ୍ମର ନାୟିକା କିଏ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ। ଏହା ୨୦୨୨ରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

Comments are closed.