ଶ୍ରୀ ଶ୍ରୀ ବିଘ୍ନରାଜ ଗଣନାଥ ମନ୍ଦିର ଉଦ୍‌ଘାଟିତ

ବାଙ୍କୀ: ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ବୁଧବାର ଅପରାହ୍ନରେ ଶ୍ରୀ ଶ୍ରୀ ବିଘ୍ନରାଜ ଗଣନାଥ ମନ୍ଦିରର ସଂକ୍ଷିପ୍ତ ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉଦ୍‌ଘାଟକ ଭାବରେ ଯୋଗଦେଇ ବିଘ୍ନରାଜ ଗଣନାଥଙ୍କ ମୂର୍ତ୍ତିରେ ପୁଷ୍ପ ଓ ଅର୍ଘ୍ୟ ପ୍ରଦାନ କରି ମହାବିଦ୍ୟାଳୟର ଶୁଭକାମନା କରିଛନ୍ତି। ମୁଖ୍ୟଅତିଥି ଭାବରେ ବିଧାୟକ ଦେବୀରଂଜନ ତ୍ରିପାଠୀ, ମହାବିଦ୍ୟାଳୟର ସଭାପତି ତଥା ଉପଜିଲ୍ଲାପାଳ ରଂଜନ କୁମାର ଜେନା, ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀନିବାସ ମହାପାତ୍ର, ପ୍ରତିଷ୍ଠାତା ସହସମ୍ପାଦକ ଚନ୍ଦ୍ରମଣୀ ସାହୁ, ସରଣ୍ଡା ଉନ୍ନୟନ ପରିଷଦର ସଭାପତି ଗତିକୃଷ୍ଣ ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟା ରଶ୍ମିରେଖା ପଣ୍ଡା ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଗ୍ରନ୍ଥଗାରିକ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷାୟତନ ସମ୍ମୁଖରେ ଗଣନାଥଙ୍କ ମନ୍ଦିରର ଶୁଭ ଉଦ୍‌ଘାଟନ ସମସ୍ତ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ପରିବେଶର ଶାନ୍ତିପୂର୍ଣ୍ଣ ଓ ଅଧ୍ୟବସାୟୀ ହେବା ପାଇଁ ପ୍ରେରଣାଦାୟକ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି।

Comments are closed.