ଗଞ୍ଜାମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଗଞ୍ଜାମ : ଗଞ୍ଜାମ ସହର ବଡ ବଜାରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବଡ଼ ବଜାର ବଣିକ ସଙ୍ଘ ତରଫରୁ ଗୁରବାର ସନ୍ଧ୍ୟାରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ସ୍ଥାନୀୟ ପଣ୍ଡିତ ତଥା ପୁରୋହିତ କାଳିଆ ଗୋସାଇଁଙ୍କ ମୁଖ ନିଃସୃତ ଦେବମନ୍ତ୍ର ଉଚ୍ଚାରଣ ସହ ପାରମ୍ପରିକ ପୂଜାର୍ଚନା ପରେ ଶୁଭଖୁଣ୍ଟି କରାଯାଇଥିଲା। ବଡ଼ ବଜାର ବଣିକ ସଂଘର ସଭାପତି ଶଙ୍କର ବାରିକି, ସମ୍ପାଦକ କାଁହୁ ଚରଣ ପଣ୍ଡା, କୋଷାଧକ୍ଷ ଜି.ରାମଦାସ ରେଡ୍ଡି, ରମେଶ ମହାପାତ୍ର, ଦେବେ ଦାଶ , ସୁନା ପଟ୍ଟନାୟକ, ଲୋକା ପଣ୍ଡା,ଭେଙ୍କେଟେଶ୍ୱର ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବ ଦୁଇ ବର୍ଷ କୋଭିଡ କଟକଣା ରହିଥିବା ବେଳେ ଚଳିତ ବର୍ଷ ଆଡମ୍ବର ସହକାରେ ଆୟୋଜିତ ହେବ।

Comments are closed.