ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧାଙ୍କ ମୃତ୍ୟୁ

ଗଜପତି : ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧା ତଥା ଅତରିକ୍ତ ଜିଲ୍ଲାପାଳ (ରାଜସ୍ଵ)କରୁଣାକର ରାଇକାଙ୍କ ମଙ୍ଗଳବାର ଭୋରରୁ ମୃତ୍ୟୁ ହୋଇଛି। ବ୍ରହ୍ମପୁର ଏମକେସିଜି କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଆର.ସୀତାପୁର ସ୍ଥିତ କୋଭିଡ଼-୧୯ ହସ୍ପିଟାଲରେ ପରିଚାଳନା ଦାୟିତ୍ୱରେ ଥିଲେ। ଏଯାବତ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.