ଭାରତୀୟ ମହାକାଶ ଯାତ୍ରୀଙ୍କ ଖାଦ୍ୟ ପାଇଁ ପ୍ରସ୍ତୁତ ହେଲା ବିଶେଷ ବ୍ୟଞ୍ଜନ: ଜାଣନ୍ତୁ କ’ଣ ରହିଛି ମେନୁ

ମହୀଶୂର: ୨୦୨୧ରେ ପ୍ରଥମ ଗଗନଯାନ ମହାକାଶକୁ ପଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ପ୍ରସ୍ତୁତି ଜୋରସୋର ଆରମ୍ଭ ହୋଇଯାଇଛି। ଗଗନଯାନରେ ମହାକାଶ ଯାତ୍ରୀଙ୍କୁ ପଠାଯିବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ଫେରାଇ ଆଣିବା ଲାଗି ଇସ୍ରୋ ଯୋଜନା କରିଛି। ଏଥିପାଇଁ ଇସ୍ରୋ ଦେଶର ୪ ଜଣ ମହାକାଶ ଯାତ୍ରୀଙ୍କୁ ଚୟନ କରିଛି। ପ୍ରଶିକ୍ଷଣ ପାଇଁ ଚଳିତମାସର ତୃତୀୟ ସପ୍ତାହରେ ଏମାନଙ୍କୁ ରୁଷ ପଠାଯିବ।

ମହାକାଶ ଯାତ୍ରୀମାନେ ସେଠାରେ ପହଞ୍ଚିବା, ରହିବା ଓ ଆସିବା ପାର୍ଯ୍ୟନ୍ତ ଜୀବନନିର୍ବାହ ପାଇଁ ସାଙ୍ଗରେ ଖାଦ୍ୟ-ପାନୀୟ ନେଇ ଯାଇଥାନ୍ତି। ତେଣୁ ସେମାନଙ୍କ ପାଇଁ ବିଶେଷ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମହାକାଶ ଯାତ୍ରୀଙ୍କ ଖାଦ୍ୟ ମେନୁରେ ଏଗ୍ ରୋଲ୍, ଭେଜ୍ ରୋଲ୍, ଇଟିଲି, ମୁଗ ଡାଲି ହାଲୱା, ଭେଜ୍ ପଲଉ ସାମିଲ କରାଯାଇଛି। ଏହାକୁ ମହୀଶୂର ରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି। ଖାଦ୍ୟ ଗରମ କରିବାକୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଫୁଡ୍ ହିଟର ମଧ୍ୟ ଦିଆଯି।

ଏହା ବ୍ୟତୀତ୍ ମହାକାଶ ଯାତ୍ରୀଙ୍କ ପାଇଁ ପାଣି ଓ ଜୁସ୍ ମଧ୍ୟ ଦିଆଯିବ। ମହାକାଶ ଯାତ୍ରୀମାନେ ସାଙ୍ଗରେ ଖାଦ୍ୟ ପଦାର୍ଥ ନେବା ପାଇଁ ଏକ କଣ୍ଟେନର ପ୍ରସ୍ତୁତ କରାଯାଇଛି। ମହାକାଶ ଯାତ୍ରୀ ଏହି ଖାଦ୍ୟ ସ୍ବାସ୍ଥ୍ୟକର ହୋଇଥିବା ବେଳେ ଏହା ବର୍ଷ ପର୍ଯ୍ୟନ୍ତ ରହି ପାରିବ। ହେଲେ ଥରେ ଏହି ପ୍ୟାକେଟ୍ ଖୋଲିବା ପରେ ୨୪ ଘଣ୍ଟା ମଧ୍ୟରେ ଏହାକୁ ଖାଇବାକୁ ପଡିବ।

Comments are closed.