ଗଗନଯାନ ପାଇଁ ମନୋନୀତ ବୈଜ୍ଞାନିକଙ୍କ ପ୍ରଶିକ୍ଷଣ ଆରମ୍ଭ

ବେଙ୍ଗାଲୁରୁ : ଗଗନଯାନ ପାଇଁ ମନୋନୀତି ବୈଜ୍ଞାନିକମାନେ ରୁଷ୍‌ର ଗାଗାରିନ ରିସର୍ଚ୍ଚ ଆଣ୍ଟ ଟେଷ୍ଟ କସ୍ମୋନାଟ ଟ୍ରେନିଙ୍ଗ ସେଣ୍ଟର (ଜିସିଟିସି)ରେ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଗଗନଯାନ ପାଇଁ ଭାରତୀୟ ବାୟୁ ସେନାର ୪ଜଣ ପାଇଲଟ୍ ମନୋନୀତ ହୋଇଛନ୍ତି। ମନୋନୀତ ପାଇଲଟମାନେ ଶୁକ୍ରବାର ପ୍ରଶିକ୍ଷଣ ଲାଗି ରୁଷ୍‌ ଯାତ୍ରା କରିଥିଲେ। ସେମାନେ ଏକ ବର୍ଷ ପାଇଁ ରୁଷ୍‌ରେ ପ୍ରଶିକ୍ଷଣ ନେବେ। ୨୦୨୨ରେ ହେବାକୁ ଥିବା ଗଗନଯାନ ଅଭିଯାନରେ ଭାରତ ମହାକାଶକୁ ମହାକାଶଚାରୀ ପଠାଇବ।

Comments are closed.