ଲୋକନୀତି ସତ୍ୟାଗ୍ରହ ପାଇଁ ଜିଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଗଡମଧୁପୁର: ଧର୍ମଶାଳା ବ୍ଲକ ରଥିଆ ଠାରେ ନବନିର୍ମାଣ କୃଷକ ସଂଗଠନର ଯାଜପୁର ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଦୁଇଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ପ୍ରଥମତଃ ଯାଜପୁର ଜିଲାରେ ରାଜ୍ୟର ସବୁଠୁ କମ ବୃଷ୍ଟିପାତ ହୋଇଥିବା କାରଣରୁ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। ଏଣୁ ସରକାର ତୁରନ୍ତ ଏହି ଜିଲାକୁ ମରୁଡି ଘୋଷଣା କରନ୍ତୁ। ଦ୍ୱୀତିୟତଃ ଆସନ୍ତା ଗାନ୍ଧୀଜୟନ୍ତିରୁ ୧୯ଦିନ ବ୍ୟାପି ପଦଯାତ୍ରା ବିହାରର ଚମ୍ପାରଣ ଠାରୁ ବନାରସ ପର୍ଯ୍ୟନ୍ତ ହେବାକୁ ଥିବାରୁ ଏଥିରେ ଜିଲାରୁ ୫୦୦ ସତ୍ୟାଗ୍ରହି ଯୋଗ ଦେବେ। ଉପରୋକ୍ତ ଦୁଇଟି ପ୍ରସ୍ତାବ ଉପରେ କର୍ମକର୍ତ୍ତାମାନେ ବିଷଦ ଆଲୋଚନା କରି ମତାମତ ରଖିଥିଲେ।

ଏହି ଅବସରରେ ଜିଲାରୁ ୧୦ଟି ବ୍ଲକରୁ ଶତାଧିକ କର୍ମୀ ଯୋଗଦେଇଥିଲେ। ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇଥିଲେ। ପଦଯାତ୍ରାର ମହତ୍ୱ ଓ ସାଂଗଠନିକ ଢାଞ୍ଚାର ରୂପରେଖ ଦେବା ସହିତ ଗ୍ରାମ ମାନଙ୍କରୁ ସତ୍ୟାଗ୍ରହି ଚିହ୍ନଟ ସହ ଆବଶ୍ୟକ ଅର୍ôଥକ ସହାୟତା ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲା ସଂଯୋଜକ ଦୁର୍ଗାପ୍ରସାଦ ଦାସ ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ଅକ୍ଷୟ ବେହେରା ଧନ୍ୟବାଦ ଦେଇଥିଲେ। ଜିଲା ସହ ସଂଯୋଜକ ଅକ୍ଷୟ ଶାନ୍ତି, ଉପଦେଷ୍ଠା ଗୋପିନାଥ ମହାପାତ୍ର, ରବିନ୍ଦ୍ର କୁମାର ଜେନା, ନୃସିଂହ ମିଶ୍ର ପ୍ରମୁଖ ପ୍ରସଙ୍ଗ ସପକ୍ଷରେ ଦୃଢମତ ଉପସ୍ଥାପନ କରିଥିଲେ। ବ୍ଲକ କର୍ମକର୍ତ୍ତା ମାନଙ୍କ ମଧ୍ୟରୁ ହେମନ୍ତ ଦୋରା, ଚୌଧୁରୀ ଜେନା, ମାଧବାନନ୍ଦ ଶାନ୍ତି, ଅକ୍ଷୟ ରାଉତ, ସନାତନ ସାହୁ, ମୁକୁନ୍ଦ ମହାନ୍ତି, ଲକ୍ଷ୍ମିଧର ସାହୁ, ସୁବାଷ ଖଣ୍ଡାଇ ପ୍ରମୁଖ ନିଜନିଜର ମତ ରଖିଥିଲେ। ଏହି ଅବସରରେ ନିଶିମଳାର ଚାଷି ପ୍ରସନ୍ନ ଜେନାଙ୍କ ପକ୍ଷରୁ ୧୫ଜଣ ଚାଷିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Comments are closed.