ବେଆଇନ ଖାଦାନରେ ଶ୍ରମିକ ମୃତ୍ୟୁ, ଜଣେ ଗିରଫ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି କଳାପଥର ଖାଦାନରେ ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଥିବା ପୁଲିସ ସୁତ୍ରରୁ ଜାଣିବାକୁ ମିଳଛି।

ଖବର ଅନୁଯାଇ, ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଗହ୍ମାରିଆ ଗ୍ରାମର ମଦନ ବାର୍ଲା(୪୦) ଓ ବିଛାଖଣ୍ଡିର ହିମାଂଶୁ ମଲିକ ପାହାଡରେ ବ୍ଲାଷ୍ଟିଂ ପାଇଁ ଯାଇଥିବା ସମୟରେ ପାହାଡ ଶିଖରରୁ ଏକ ପଥର ଖଣ୍ଡ ଆସି ସେମାନଙ୍କ ଉପରେ ମାଡଦେବାରୁ ଉଭୟେ ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯିବା ବାଟରେ ମଦନବାର୍ଲାର ମୃତ୍ୟୁ ହୋଇଥିବା ବେଳେ ଆହାତ ହିମାଂଶୁ ମଲିକ ଏବେ ଚିକିତ୍ସାଧିନ ରହିଛି। ମଦନ ବାର୍ଲାର ମୃତ୍ୟୁ ହୋଇଯାଇଥିବାରୁ ତାକୁ କମ୍ପ୍ରେସର ମାଲିକ ଓ ସହଯୋଗୀ ମାନେ ତାର ପୁଅ ସହିତ ମିଶି ବିଛାଖଣ୍ଡି କାଜୁଜଙ୍ଗଲ ମଧ୍ୟରେ ଅନ୍ତିମ ସଂସ୍କାର କରିଥିଲେ ବୋଲି ପୁଲିସ କହିଛି। ପୁଲିସ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ଖବର ନଦେଇ ଶବ ସଂସ୍କାର କରାଯାଇଥିବାରୁ ପୁଲିସ କୌଣସି ସୁତ୍ରରୁ ଖବର ପାଇ ନିଜ ଆଡୁ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନାଧିକାରୀ ଆଶିସ କୁମାର ସାହୁ ଏହି ଘଟଣ ତଦନ୍ତ କରୁଥିଲେ। ଫରେନସିକ ଦଳ ପୋଡାଯାଇଥିବା ସ୍ଥାନରୁ ପାଉଁଶ ସଂଗ୍ରହ କରି ପରିକ୍ଷା ନିମନ୍ତେ ନେଇଥିବା ଜଣାଯାଇଛି। ଏହି ଘଟଣାରେ ଆଜି ଜେନାପୁର ପୁଲିସ କେସ ନଂ ୩୧୮/୨୦ରେ ୨୮୭, ୩୩୬, ୩୩୭, ୩୦୪(ଏ),୨୦୧, ୧୭୬, ୩୭୯, ୫୧୧, ୩୪ ଆପିସିରେ ଅଞ୍ଚଳ ସ୍ୱାଇଁକୁ ଗିରଫ କରି କୋର୍ଟକୁ ପଠାଇଥିବା ଥାନାଧିକାରୀ ଆଶିସ କୁମାର ସାହୁ ସୁଚନା ଦେଇଛନ୍ତି।

Comments are closed.