ପୋଖରୀରେ ବୁଡି ଯୁବକ ମୃତ

ଗଡ଼ମଧୁପୁର : ଜେନାପୁର ଥନା ତାଳଜଙ୍ଗ ପଂଚାୟତର ବଳରାମପୁର ତଳଗଡ ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର ରମେଶ ବେହେରା(୪୫)ପି- ୰ କୃଷ୍ଣ ବେହେରା ବୋଲି ଜଣାପଡିଛି। ରମେଶ ବାହାରୁ କାମ ସାରି ଘରକୁ ମାଂସ ଧରି ଆସିଥିଲା। ଘରେ ଘରଣିକୁ ମାଂସ ରାନ୍ଧିବାକୁ କହି ଗାଁ ପୋଖରୀକୁ ଗଧୋଇବାକୁ ଯାଇ ଆଉ ଫେରି ନଥିଲା। ପରେ ଅନେକ ସମୟ ଧରି ନ ଫେରିବାରୁ ପରିବାର ଲୋକେ ପୋଖରୀ ତୁଠରେ ଯାଇ ଦେଖିଲେ ତାର ମୃତ୍ୟୁ ହୋଇଛି। ଜେନାପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛିି। ଏ ଏସ୍‌ ଆଇ ମନୋରଂଜନ ସାମଲ ଘଟଣାର ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଆଶିସ କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.