ଯାହା ଜୀବନ ସହ ଜଡିତ ରହି ସମାନ ଭାବରେ ଗତିକରେ ତାହାହିଁ ସାହିତ୍ୟ

ଧର୍ମଶାଳା ସାହିତ୍ୟ ସମାଜର ୩୧ତମ ବାର୍ଷିକ ଉତ୍ସବ

ଗଡ଼ମଧୁପୁର : ଧର୍ମଶାଳା ସାହିତ୍ୟ ସମାଜର ୩୧ତମ ବାର୍ଷିକ ଉତ୍ସବ ଜାରକାବଜାର ସ୍ଥିତ ଗାର୍ଡ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଡକ୍ଟର ଜଗନ୍ନାଥ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରତିଷ୍ଠାତା ସବାପତି ଡ. ରାଜ କିଶୋର ପାଢୀ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଭାପତି କାହ୍ନୁଚରଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ସାଧାରଣ ସମ୍ପାଦକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ସମ୍ପାଦକୀୟ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସାହିତ୍ୟ ସମାଜର ମୁଖପାତ୍ର ‘ଗଙ୍ଗଶିଉଳୀ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଧ୍ରୂବଚରଣ ବିଶ୍ୱାଳଙ୍କ ‘ସଭିଙ୍କ ପ୍ରିୟ ଆମ ବାପୁଜୀ’, ଡ. ପ୍ରଶାସନ୍ତ କୁମାର ସ୍ୱାଇଁଙ୍କ ‘ଆଲୋକୟାନ’ , ମନୋରଂଜନ ମହାନ୍ତିଙ୍କ ‘ମଳିନ ଜନପଦରୁ ମିଳିତ ଜାତିସଙ୍ଘ’ , ରତ୍ନାକର ନାୟକଙ୍କ ‘ହସିବ ଗାଁ ମାଟି’ , ଦୀନବନ୍ଧୁ ପଣ୍ଡାଙ୍କ ‘ନିରବ ମୁହୁର୍ତ୍ତ’, ଗୋଲକ ଚନ୍ଦ୍ର ପଳେଇଙ୍କ ‘ସେବା ସଳିତା’, ଡ. କଳ୍ପନା ମହାନ୍ତିଙ୍କ ‘ବିମୁଗ୍ଧ ବିଚାର’ ଏବଂ ବିଜୟ କୁମାର ମହାନ୍ତିଙ୍କ ‘ସ୍ମୃତିର ଆବେଗ’ ଆଦି ପୁସ୍ତକ ଲୋକାର୍ପିତ ହୋଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅନେକ କ୍ଷେତ୍ରରେ କୃତିତ୍ୱ ପାଇଁ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବରେ ଓଡିଶା ସାହିତ୍ୟ ଏକାଡେମି ପୁରଷ୍କାରପ୍ରାପ୍ତ ଔପନ୍ୟାସିକ ନିତ୍ୟାନନ୍ଦ ପଣ୍ଡାଙ୍କୁ ଧର୍ମଶାଳା ସାହିତ୍ୟ ସମାଜ ସମ୍ମାନ, ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ନିରଞ୍ଜନ ସାହୁଙ୍କୁ ଶିଶୁସାହିତ୍ୟ ସ୍ରଷ୍ଟା ବୀରକିଶୋର ପାଢୀ ସ୍ମୃତିସମ୍ମାନ, ନଳୀନି ବିଶ୍ୱ ପ୍ରତିଷ୍ଠାନ ବ୍ରହ୍ମବରଦା ପକ୍ଷରୁ ବିଶ୍ୱନାଥ ପଣ୍ଡାଙ୍କୁ ପୁଣ୍ୟାତ୍ମା ଭିକାରୀ ଚରଣ ସାହୁ ସ୍ମୃତିସମ୍ମାନ, ଅବସରପ୍ରାପ୍ତ ଶିକ୍ଷକ ତଥା ପାଲାଗାୟକ ସଚ୍ଚିଦାନନ୍ଦ ପ୍ରଧାନଙ୍କୁ ଆଦର୍ଶ କୃଷକ ବାବାଜୀ ଚରଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶସ୍ମିତା ଦାସ, ଯୁଗଳ କିଶୋର ଦାସ ଓ ଅର୍ଜୁନ ପୃଷ୍ଟି ମାନପତ୍ର ପାଠ କରିଥିଲେ। ଉଦଘାଟକ ଓ ମୁଖ୍ୟବକ୍ତା ଭାବରେ ଡ. ରାଜକିଶୋର ପାଢୀ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ପଣ୍ଡିତ କାମଦେବ ଶତପଥି ସାହିତ୍ୟର ସଜ୍ଞା ଓ ସ୍ୱରୁପ ସମ୍ବନ୍ଧରେ ଆଲୋଚନକରି କହିଥିଲେ ଯେ ଯାହା ଜୀବନ ସହିତ ଜଡିତ ରହି ସମାନ ଭାବରେ ଗତିକରେ ତାହାହିଁ ସାହିତ୍ୟ। ଏହି ପରିପ୍ରେକ୍ଷୀରେ ବରିଷ୍ଟ ସଦସ୍ୟ ସ୍ତମ୍ବକାର ନବଘନ ଜେନାଙ୍କ ୮୧ ତମ ଜନ୍ମଦିନ ଉପଲକ୍ଷେ ତାଙ୍କ ଜନ୍ମଦିନ ଅବସରରେ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ନବଘନ ଜେନା ଧନ୍ୟବାଦ ଅର୍ପଣ କରିଥିବାବେଳେ ଯୁଦ୍ଧିଷ୍ଟିର ସ୍ୱାଇଁ, କୃଷ୍ଣଚନ୍ଦ୍ର ତ୍ରୀପାଠି, ଗୋଲଖ ଚନ୍ଦ୍ର ପଳେଇ, ଗୋବିନ୍ଦ ଚନ୍ଦ୍ର ସାହୁ, ଶଶିଭୂଷଣ ଦ୍ୱାରୀ ନିତ୍ୟାନନ୍ଦ ପ୍ରଧାନ, ଚନ୍ଦନ ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Comments are closed.