ଖାଦାନରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

ଗଡ଼ମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି କଳାପଥର ଖାଦାନରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୃତ ଓ ଆହାତ ବ୍ୟକ୍ତିଙ୍କର ପରିଚୟ ମିଳି ପାରିନାହିଁ। ଆହତ ଜଣକ ଏବେ ଅଶ୍ୱିନି ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ବିଛାଖଣ୍ଡି ପାହାଡରେ କିଛି ଶ୍ରମିକ କମ୍ପ୍ରେସର ହୋଲ କରୁଥିବାବେଳେ ଦୁଇଜଣ ଖାଦନରୁ ତଳକୁ ଖସି ପଡିଥିଲେ। ଜଣେ ଘଟଣା ସ୍ଥଳରେ ଜୀବନ ହାରିଥିବାବେଳେ ଅନ୍ୟ ଗୁରୁତରକୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାକୁ ପଠାଇଯାଇଛି।

Comments are closed.