କନ୍ଧମାଳ କାକାଲବାକି ଡ୍ୟାମ ନିକଟରେ ନିର୍ମାଣ ହେବ ପରିବେଶ-ପର୍ଯ୍ୟଟନ ଉଦ୍ୟାନ, ଖର୍ଚ୍ଚହେବ ୨୫ଲକ୍ଷ

ଜି.ଉଦୟଗିରି: କନ୍ଧମାଳ ଜିଲା ପ୍ରକୃତିର ଗନ୍ତାଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶ ଓ ପର୍ଯ୍ୟଟନକୁ ଅଧିକା ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ କାକାଲବାକି ଡ୍ୟାମ ନିକଟରେ ଏକ ପରିବେଶ-ପର୍ଯ୍ୟଟନ ଉଦ୍ୟାନ ନିର୍ମାଣ କରାଯିବ। ଏଥିପାଇଁ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ଏଠାରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପ୍ରକାଶ କରିଛନ୍ତି। ଖଣ୍ଡୀୟ ବନ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ବନାଞ୍ଚଳ ଅଧିକାରୀ ସୁଶ୍ରୀ ମିନାକ୍ଷୀ କୁମୁରାଙ୍କ ସମେତ ସମସ୍ତ ବନପାଳ, ବନରକ୍ଷୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.