ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଘୁ.ଉଦୟଗିରି: ଘୁ.ଉଦୟଗିରି ଥାନା ଅନ୍ତର୍ଗତ ମାଲିକାପତି ଗ୍ରାମ ପଞ୍ଚାତର ଦିନେଶ ନାୟକ(୫୫) ଆଡ଼ାସିକୁମ୍ପା ଗ୍ରାମର ଜଣେ ବିବାହିତ ମହିଳା(୪୫)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ପୀଡ଼ିତା ଘୁ.ଉଦୟଗିରି ଥାନାରେ ତାଙ୍କୁ ଦିନେଶ ଦୁଷ୍କର୍ମ ଅଭିଯୋଗ କରିଥିଲେ ଏବଂ ଏ ସଂକ୍ରାନ୍ତରେ ଥାନାରେ ଏକ ଏତଲା ଦାୟର କରିଥିଲା। ପୀଡ଼ିତାଙ୍କ ଏତଲାକୁ ଆଧାର କରି ଘୁ.ଉଦୟଗିରି ଥାନାରେ କେସ୍‍ ନଂ ୯୦/୨୦ ଦଫା ୩୭୬, ୨(୩), ୫୦୬ରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଦିନେଶ ନାୟକଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Comments
Loading...