ବନ ବିଭାଗର ପୋଷାକ ହେଉଛି ବିଶ୍ବାସର ପ୍ରତୀକ

ଜି.ଉଦୟଗିରି: ବନ ବିଭାଗର ପୋଷାକ ହେଉଛି ବିଶ୍ବାସର ପ୍ରତୀକ। ଏହାର ସୁରକ୍ଷା କରିପାରିଲେ ବିଭାଗର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି ପ୍ରଧାନ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ବନପାଳ ତାଲିମ କେନ୍ଦ୍ରର ୫୪ତମ ଯୁଗ୍ମ ବନରକ୍ଷୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବିଭାଗୀୟ ପଦବୀର ଅପବ୍ୟବହାର ନକରି ତୁରନ୍ତ ସେବା ଯୋଗାଇଦେଲେ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ପ୍ରକଟ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

ଉପ ବନ ସଂରକ୍ଷକ ଦିବାକର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ସଞ୍ଜୟ କୁମାର ସ୍ବାଇଁ ତାଲିମ ଓ ଉନ୍ନୟନ ବିଭାଗ ମୁଖ୍ୟ ବନ ସଂରକ୍ଷକ ଡ.ଅକ୍ଷୟ କୁମାର ପଟ୍ଟନାୟକ,ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ କୁମାର ସାହୁ, ଖଣ୍ଡିୟ ବନ ଅଧିକାରୀ, ଫୁଲବାଣୀ ବନଖଣ୍ଡ ପ୍ରଶାନ୍ତ କୁମାର ପଟେଲ ଉପ ବନ ସଂରକ୍ଷକ ପ୍ୟାରୀମୋହନ ମାଝି, ପ୍ରମୁଖ ତାଲିମପ୍ରାପ୍ତ ବନରକ୍ଷୀମାନେ ନିଜନିଜ କର୍ମସ୍ଥଳରେ ନିଷ୍ଠାର ସହ କାର୍ଯ୍ୟ କଲେ ବିଭାଗର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି ମତପ୍ରକାଶ କରିଥିଲେ।

ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଜି.ଉଦୟଗିରି ଓ ଚମ୍ପୁଆ ଯୁଗ୍ମ ସମାବର୍ତ୍ତନ ଉତ୍ସବରେ ମୋଟ ୧୭୨ ଜଣ ବନରକ୍ଷୀ ତାଲିମ ଗ୍ରହଣ କରିଥିବାବେଳେ ସମସ୍ତଙ୍କୁ ପ୍ରମାଣପତ୍ର ସହ ବିଭିନ୍ନ ପ୍ରତିଯୋଗିତାରେ କୃତି ବନରକ୍ଷୀଙ୍କୁ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ବାରା ମେଡାଲ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବନପାଳ ଶଙ୍କର ପଣ୍ଡା, ବନରକ୍ଷୀ ପ୍ରଭାତ ପଣ୍ଡା ସମେତ କର୍ମଚାରୀମାନେ ପରିଚାଳନା କରିଥିବାବେଳେ ଚମ୍ପୁଆ ଉପ ବନ ସଂରକ୍ଷକ ପ୍ୟାରୀମୋହନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.