ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା – ବିଚାରପତି

ଜି ଉଦୟଗିରି : ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୭୪ତମ ବନମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୁସ୍ମିତା ପ୍ରିୟଦର୍ଶିନୀ ଯୋଗ ଦେଇ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଆମେ ବଞ୍ଚିଲେ ସୁସ୍ଥ ସମାଜ ଗଠନରେ ସହାୟକ ହୋଇ ପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏଥିପାଇଁ ବିଦ୍ୟାର୍ଥୀଙ୍କୁ ସମସ୍ତେ ଚାରା ରୋପଣ କରିବା ସହ ଚାରା ରୋପଣ କରିବା ପାଇଁ ସଚେତନତାର ବାର୍ତାଦେଉଥିଲେ। ବନାଞ୍ଚଳ ଅଧିକାରୀ ଯୋଗେନ୍ଦ୍ର ନାଥ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନମହୋତ୍ସବରେ ଅନ୍ୟତମ ଅତିଥି ଭାବେ ବାର ଆସୋସିଏସନ୍ ସଭାପତି ନିର୍ବାଚନ କେଶରୀ ଭୋଇ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର, ଯୋଗଦେଇ ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା କରିବା ଉପରେ ସଚେତନତା କରାଇଥିଲେ। ଆୟୋଜିତ କାର୍ୟ୍ୟକ୍ରମକୁ ବନପାଳ ରଶ୍ମିତା ବକ୍ସି ପରିଚାଳନା କରିଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ମନୋଜ ଝା, ବନରକ୍ଷୀ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଆୟୋଜିତ ବନମହୋତ୍ସବରେ ବହୁ ଆଇନଜୀବୀ , କୋର୍ଟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Comments are closed.