MEllora 950×100

ସ୍କୁଟି-ବାଇକ୍ ଧକ୍କା; ୨ମୃତ

ଜି ଉଦୟଗିରି: ଜି ଉଦୟଗିରି ଥାନା ଲୀଙ୍ଗଗଡ ପଞ୍ଚାୟତ ଅନ୍ତର୍ଗତ ନିଲୁଙ୍ଗିଆ ଘାଟି ବୁଲାଣି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ୧୦ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିଲା । ସ୍କୁଲ​ରେ ପହଞ୍ଚିବାକୁ ସ୍କୁଟିରେ ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ (୩୩)  ଓ କିରାଣି ବିମଳା ପ୍ରଧାନ (୪୦) ଲୀଙ୍ଗାଗଡ ବାଳିକା ବିଦ୍ୟାଳୟକୁ ଯାଉଥିଲେ ।

ଯିବା ସମୟରେ ଅନ୍ୟପଟୁ ପଲସର ବାଇକରେ ଆସୁଥିବା ଦୁଇଜଣ ଯୁବକ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ ଓ କିରାଣି ବିମଳା ପ୍ରଧାନ ଗୁରୁତର ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଶିକ୍ଷୟିତ୍ରୀଙ୍କ ଘର ନୟାଗଡ଼ ଜିଲ୍ଲା ଇଟାମାଟି ବୋଲି ଜଣାପଡ଼ିଛି । ସେହିପରି ମହିଳା କିରାଣୀଙ୍କ ଘର ମାଲିକାପଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ କୁମ୍ଭାରକୁପା ଗ୍ରାମର ବୋଲି ସୂଚନା ମିଳିଛି । ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ଭଞ୍ଜନ କହଁର ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିବା ଜଣାପଡ଼ିଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପାରିବାରକୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ସେପଟେ ପଲସରରେ ଆସି ଦୁର୍ଘଟଣା ଘଟାଇଥିବା ଦୁଇଜଣ ଯୁବକଙ୍କ ପରିଚୟ ଜଣାପଡ଼ିଛି । ଜଣେ ଯୁବକଙ୍କ ନାଁ କିଟୁନ ପ୍ରଧାନ (୧୭) ହୋଇଥିବା ବେଳେ ତାଙ୍କ ଘର ପଙ୍ଗାନାଯୁ ଗାଁର ବୋଲି ଜଣାପଡ଼ିଛି  ଓ ଅନ୍ୟ ଜଣେ ଗ୍ରେସିଙ୍ଗିଅl ଗାଁର ନିଫ୍ରେସ ନାୟକ (୧୭ ) ବୋଲି ସୂଚନା ମିଳିଛି ।

Comments are closed.