ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଜି ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ । ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ପାଉଁରୁଟି ବାଣ୍ଟି ଥିବାବେଳେ, ଉପ କାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏକ ଫ୍ରେଣ୍ଡଲି ମ୍ୟାଚର ଉଦଘାଟନ କରିଥିଲେ ।

ସେହି ପରି ରାଇକୋଲ ପଞ୍ଚାୟତ ଅନ୍ତର୍ଗତ କିଲାକିଆ ଠାରେ ବୟୋଜ୍ୟେଷ୍ଠ ଉଦୟନାଥ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଗ୍ରାମରେ ସଦଭାବନା ସହ ଭାଇଚାରା ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି ଗୋଷ୍ଟି କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧିକାରୀ ଜ୍ୟୋର୍ତିମୟୀ ପ୍ରଧାନ ପତାକା ଉତ୍ତୋଳନ କରିଥଲେ । ବନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୁମୁରା ବାନଞ୍ଚଳ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥଲେ ।

Comments are closed.