ଆଚରଣ ଭିତ୍ତିକ ତାଲିମ ଶିବିର, ବିଜୁଳି ବିନା ବିକାଶ ଅସମ୍ଭବ

ଜି ଉଦୟଗିରି: ସ୍ଥାନୀୟ ଟିପିଏସ୍ଓଡିଏଲ୍ ଉପଖଣ୍ଡ ଭିତ୍ତିକ ଓ ନିରାପଦ ସୁରକ୍ଷା ସଚେତନତା ତାଲିମ୍ ଶିବିରରେ ଉପଖଣ୍ଡ ବିଭାଗ ଯନ୍ତ୍ରୀ ଶ୍ୟାମ ସୁନ୍ଦର ବେହେରା, ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ଅପରେସନ ମୁଖ୍ୟ ଦିନେଶ ସାହୁ, ନିରାପତ୍ତା ତାଲିମ୍ ଦାତା ସମ୍ରାଟ ମହାପାତ୍ର ଏବଂ ପରେଶ ମହାପାତ୍ର, ଟିକାବାଲି, ରାଇକିଆ ଓ ଉଦୟଗିରିର ୫୫ ଜଣ କର୍ମଚାରୀଙ୍କୁ ଆଚରଣ, ସୁରକ୍ଷା, ନିରାପତ୍ତା ସମ୍ପର୍କରେ ବୁଝାଇଥିଲେ। ଏଥି ସହିତ ବିଜୁଳି ବିନା ବିକାଶ ଅସମ୍ଭବ ତେଣୁ ପ୍ରଥମେ ନିଜକୁ ସୁରକ୍ଷା, ନିରାପତ୍ତା ଦେବା ସହ ଗ୍ରାହକଙ୍କୁ ଠିକ୍ ଆଚରଣ ପ୍ରଦର୍ଶନ କରାଇ ପାରିଲେ, ବିଭାଗ ଉପରେ ଉପଭୋକ୍ତଙ୍କ ଆସ୍ତା ପ୍ରକଟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ପୂର୍ବ ଅପେକ୍ଷା ସମ୍ପ୍ରତି ପରିସ୍ଥିତି ରେ ଯୁଦ୍ଧ କାଳୀନ ଭିତ୍ତିରେ ସେବା ଯୋଗାଇ ଦିଆଯାଉଛି ଏବଂ ପୂର୍ବ ଅପେକ୍ଷା ବର୍ତ୍ତମାନ ଆଧୁନିକରଣରେ ସେବା ତୁରନ୍ତ ଯୋଗାଇ ଦିଆଯାଉଥିବା ନେଇ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ, ରାମକୃଷ୍ଣ ଚୌଧୁରୀ, ବଟକୃଷ୍ଣ ଦାସ, ଅରୁଣ କୁମାର ଷଡଙ୍ଗୀ, ସାମନ୍ତ ଦିଗାଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଉକ୍ତ ତାଲିମ୍ ପ୍ରତି ମାସରେ କରାଯିବା ନେଇ ଉପଖଣ୍ଡ ବିଦ୍ୟୁତ୍ ଯନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସୂଚନା ପ୍ରଦାନ କରିଥିଲେ। ଶେଷରେ ସମ୍ରାଟ ମହାପାତ୍ର ଧନ୍ୟବାଦ ଅର୍ପଣ କରି ତାଲିମ୍ ଶିବିର ସାଙ୍ଗ କରିଥିଲେ।

Comments are closed.