ତ୍ରୀସ୍ତରୀୟ ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

ଜି.ଉଦୟଗିରି: ଆଉ କେତେ ମାସ ପରେ ହେବାକୁ ଯାଉଛି ତ୍ରୀସ୍ତରୀୟ ନିର୍ବାଚନ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଜି.ଉଦୟଗିରି ବ୍ଳକରେ ପ୍ରାଥମିକ ଭୋଟର ତାଲିକା ୧୬.୧୧.୨୧ ତାରିଖରେ ପ୍ରକାଶ ପାଇଛି। ଜି.ଉଦୟଗିରି ପଞ୍ଚାୟତ ସମିତି ଆଠ ଗୋଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଳକର ପଞ୍ଚାୟତ ସ୍ତରୀୟ ମୋଟ ଭୋଟର ସଂଖ୍ୟା ହେଉଛି ୨୮୯୦୩। ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ ପ୍ରାଥମିକ ଭୋଟର ତାଲିକାରେ ତଲାରୀମାହା ପଞ୍ଚାୟତର ୨୧୦୭ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୧୦୫୪ ଓ ମହିଳା ଭୋଟର ୧୦୫୩ ଅଟେ।

ସେହିପରି କଳିଙ୍ଗାରେ ୫୯୨୫ ମଧ୍ୟରୁ ପୁରୁଷ ଭୋଟର ୨୭୮୫ ଓ ମହିଳା ୩୧୪୦, ମାଲିକାପଡିରେ ୪୮୦୮ ମଧ୍ୟରୁ ପୁରୁଷ ଭୋଟର ୨୨୮୪ ଓ ମହିଳା ୨୫୨୪, ଗ୍ରେସିଙ୍ଗିଆରେ ୩୦୨୭ ମଧ୍ୟରୁ ୧୪୫୭ ପୁରୁଷ ଓ ୧୫୭୦ ମହିଳା ଭୋଟର, ରଟିଙ୍ଗିଆରେ ୩୬୪୨ ମଧ୍ୟରୁ ୧୭୩୬ ପୁରୁଷ ଓ ୧୯୦୬ ମହିଳା ଭୋଟର, ରାଇକଲାରେ ୨୯୮୪ ମଧ୍ୟରୁ ୧୪୧୦ ପୁରୁଷ ଓ ୧୫୭୪ ମହିଳା ଭୋଟର, ଲିଙ୍ଗାଗଡରେ ୨୭୧୫ ମଧ୍ୟରୁ ୧୨୬୬ ପୁରୁଷ ଓ ୧୪୪୯ ମହିଳା ଭୋଟର, କତିଙ୍ଗିଆରେ ୩୬୯୫ ମଧ୍ୟରୁ ପୁରୁଷ ଭୋଟର ୧୭୯୭ ଥିବାବେଳେ ମହିଳା ଭୋଟର ୧୮୯୮ ଥିବା ଜଣାପଡିଛି। ଯଦି ଏହି ତାଲିକାରେ ଭୋଟରମାନଙ୍କ କୌଣସି ପ୍ରକାରର ଭୂଲ ଭଟକା ଥାଏ ତେବେ ତେବେ ଆସନ୍ତା ୨୩.୧୧.୨୧ ତାରିଖ ୫.୩୦ ସୁଧା ନିଜନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଦାବୀ ରଖିପାରିବେ। ଏହାର ଯାଞ୍ଚ ଓ ଫଇସଲା ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ୨୬.୧୧.୨୧ ତାରିଖରେ ହେବାକୁ ଥିବାବେଳେ ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା ୦୪.୧୨.୨୧ ତାରିଖରେ ପ୍ରକାଶ ପାଇବା ନେଇ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବିଶିକେସନ ବେହେରା ସୂଚନା ଦେଇଛନ୍ତି।

Comments are closed.