କଳିଙ୍ଗା ବିଏଡ଼ କଲେଜରେ ନାମଲେଖା ଦାବିରେ କୁଇ ସମାଜ ତରଫରୁ ଦାବୀପତ୍ର ପ୍ରଦାନ

ଜି.ଉଦୟଗିରି: କଳିଙ୍ଗା ସ୍ଥିତ ଶିକ୍ଷା ତାଲିମ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷରେ ନାମଲେଖା ପାଇଁ ଅନୁମତି ପ୍ରଦାନ ଏକ ମାସ ମଧ୍ୟରେ ନ କଲେ କୁଇ ସମାଜ ଜି.ଉଦୟଗିରି ଶାଖା ରାଜ ରାସ୍ତକୁ ଓହ୍ଲାଇବ ବୋଲି ସ୍ଥାନୀୟ ତହସିଲଦାର ଡ.ଜନ୍ମେଜୟ ସାହୁଙ୍କ ଜରିଆରେ ଏକ ଦାବୀ ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି।ବିବରଣୀରୁ ପ୍ରକାଶ ଯେ ଆଦିବାସୀଙ୍କ ବିକାଶ ନିମନ୍ତେ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ଏହି ଅନୁଦାନକୁ ଆଦିବାସୀଙ୍କ ଉନ୍ନୟନ ପାଇଁ ଖର୍ଚ୍ଚ ନକରି ଅନ୍ୟ ବିଭାଗ ପାଇଁ ଖର୍ଚ୍ଚ କରି ଏହା ଆଦିବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି।

ଅପର ପକ୍ଷେ ଆଦିବାସୀ ମଙ୍ଗଳ ବିଭାଗରେ ଆର୍ଥିକ ଅଭାବ ଦର୍ଶାଇ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ଡିଏଭି ଠାରେ ଚାଲିଥିବା ଶିକ୍ଷକ ତାଲିମ ମହାବିଦ୍ୟାଳୟକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଠାରୁ ପ୍ରଥମ ବର୍ଷ ନାମଲେଖା ବନ୍ଦ କରାଯାଇଛି। ଏହାକୁ ସ୍ଥାନୀୟ କୁଇ କେନ୍ଦ୍ର କମିଟିି ସଭାପତି ଭୀମସେନ ପ୍ରଧାନ, ଜି.ଉଦୟଗିରି ଶାଖା କୁଇ ସମାଜ ସଭାପତି ଶାନ୍ତନୁ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ନରୋତ୍ତମ ପ୍ରଧାନ, ସଭ୍ୟ ତଥା କତିଙ୍ଗିଆ ସରପଞ୍ଚ ଅବନେଶ୍ବର ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ଉଦେଶନ ପ୍ରଧାନ, ସତ୍ୟଭାମା ପ୍ରଧାନ, ମାୟାବନ୍ଧୁ ପ୍ରଧାନ ପ୍ରମୁଖ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

Comments are closed.