ନୁତନ ବ୍ଲକ କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜାତୀୟ କଂଗ୍ରେସର ନୁତନ ସଭାପତି ଭାବେ କ୍ରିଷ୍ଣାପ୍ରିୟା ପ୍ରଧାନଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ଏଠାରେ ପ୍ରକାଶ ଥାଉକି ବ୍ଲକର ପୁର୍ବତନ ସଭାପତି ସ୍ୱର୍ଗତ ପିତବାସ ପ୍ରଧାନଙ୍କ ଅକାଳ ବିୟୋଗ ପରେ ଏହି ପଦବୀ ଖାଲି ରହିଥିଲା। ଶୁକ୍ରବାର ବାକିଙ୍ଗିଆ ଠାରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ସମ୍ବର୍ଦ୍ଧିତ ସଭା ସହ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ଅନାମ ନାୟକ ଯୋଗଦେଇ ଥିବାବେଳେ ଚାରିଗୋଟି ବ୍ଲକର ବହୁ ବରିଷ୍ଠ ଦଳୀୟ କର୍ମୀ ଯୋଗଦେଇ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।

ବୁଥ ସ୍ତରରେ ଲୋକଙ୍କ ସହ ମିଶି ବିଭିନ୍ନ କମିଟି ଗଠନ କରାଯାଇ ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ଦଳକୁ ମଜଭୁତ କରିବା ପାଇଁ ଗୁରୁମନ୍ତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟିକା ଅଜୟିନ୍ତି ପ୍ରଧାନ, ଏଆଇସିସିି ସଭ୍ୟ ଘନ ଶବର, ଦାରିଙ୍ଗବାଡି ସମିତି ଅଧ୍ୟକ୍ଷା ରୁଦା ମଲ୍ଲିକ, ଜୁଲିୟାନ ଦିଗାଳ, ମନୋଜ ଦିଗାଳ, ମିନକେତନ ସାହାଣି, ବିରେନ୍ଦ୍ର ପ୍ରଧାନଙ୍କ ସହ ବହୁ କଂଗ୍ରେସ ଦଳୀୟ କର୍ମୀ ଯୋଗଦେଇ ଆଗାମୀ ନିର୍ବାଚନରେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ କର୍ମୀ ଏବଂ ଅଞ୍ଚଳବାସୀଙ୍କ ସହୋଯୋଗ କାମନା କରିବାକୁ ନୁତନ ବ୍ଲକ ସଭାପତି କ୍ରିଷ୍ଣାପ୍ରିୟା ପ୍ରଧାନ ଅନୁରୋଧ କରିଛନ୍ତି।

Comments are closed.