ଜି.ଉଦୟଗିରି ବ୍ୟବସାୟୀ ସଂଘ କର୍ମକର୍ତ୍ତା ନିର୍ବାଚିତ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ୟବସାୟୀ ସଂଘର କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଛି। ପୂର୍ବରୁ ରହିଥିବା ସଂଘର କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଳେ ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବେ ମନୋଜ କୁମାର ମହାପାତ୍ର ଏବଂ ସମ୍ପାଦକ ଭାବେ ସନ୍ତୋଷ କୁମାର ଆଚାର୍ଯ୍ୟଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ସେହିଭଳି ଉପସଭାପତି ଭାବେ ପ୍ରିୟବ୍ରତ ସାହୁ, ସହ ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ ଏବଂ କୋଷାଧ୍ୟକ୍ଷ ଭାବେ ସଂଜୟ ସୁବୁଦ୍ଧିଙ୍କୁ ମନୋନୀତ କରାଯାଇଛି।

ବ୍ୟବସାୟୀ ସଂଘର ସମସ୍ତ ପଦପଦବୀ ମନୋନୀତ ପରେ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ ପଦାଧିକାରୀ ଉପସ୍ଥିତ ବ୍ୟବସାୟୀ ସଂଘଙ୍କୁ ସାଧୁବାଦ୍ ଜଣାଇବା ସହ ବିଭିନ୍ନ ସମୟରେ ବ୍ୟବସାୟୀମାନଙ୍କ ସମସ୍ୟା କିମ୍ବା ସଂଘର ଭବିଷ୍ୟତ ପାଇଁ ଉଚିତ୍ ମାର୍ଗ ରେ କାର୍ଯ୍ୟ କରିବେ ବୋଲି ସଭାପତି ମନୋଜ କୁମାର ମହାପାତ୍ର ସମସ୍ତଙ୍କୁ ପ୍ରତିଶୃତି ଦେଇଛନ୍ତି।

Comments are closed.