MEllora 950×100

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ; ଫୁଲବାଣୀ ପକ୍ସୋ କୋର୍ଟ ଚାଲାଣ

ଜି.ଉଦୟଗିରି: ସ୍ଥାନୀୟ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକକୁ ଜି.ଉଦୟଗିରି ପୁଲିସ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଜଣେ ନାବାଳିକାକୁ ମୁସଲମାନ ସାହିର ଜଣେ ୩୩ ବର୍ଷିଆ ଯୁବକ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଅଭିଯୁକ୍ତ ସଂଗ୍ରାମକୁ ଗିରଫ କରି ଡାକ୍ତରୀମାଇନା ପରେ ଫୁଲବାଣୀ ସ୍ଥିତ ପକ୍ସୋ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ଥାନା କେସ ନଂ ୧୪୯/୨୨, ଧାରା ୧୨ ପକ୍ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି ନିଜେ ଥାନା ଅଧିକାରୀ ତଦନ୍ତ ଦାୟିତ୍ବ ନେଇଥିବା ଜଣାପଡିଛି।

Comments are closed.