ବରପୁତ୍ରଙ୍କ ସ୍ମୃତିଚାରଣ

ଉତ୍ତରଭୁବନେଶ୍ବର: ସିଟିଜେନସ୍‌ ଫୋରମ ଗ୍ରେଟର ଗାଡ଼କଣ ଆନୁକୂଲ୍ୟରେ ଉତ୍କଳ ଦିବସ ଗୁରୁ କେଳୁ ଚରଣ ପାର୍କ ସମ୍ମୁଖରେ ପାଳିତ ହୋଇ ଯାଇଛି। ଫୋରମର ଅଧ୍ୟକ୍ଷ ବିଶ୍ବର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ପଦ୍ମଶ୍ରୀ ଡ. ରଜତ କୁମାର କର ମୁଖ୍ୟ ଅତିଥି, ବିଶିଷ୍ଟ ଲେଖକ ପ୍ର‌େ‌ଫସର ଆଦିକନ୍ଦ ସାହୁ ମୁଖ୍ୟବକ୍ତା ଭାବେ ବରପୁତ୍ରଙ୍କ ସ୍ମତିଚାରଣ କରିଥିଲେ।

ଫୋରମର ଉପଦେଷ୍ଟା ଡ. ସୁରେନ୍ଦ୍ର ମୋହନ ମିଶ୍ର ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ଅମୂଲ୍ୟ କୁମାର ଦାଶ ବିବରଣୀ ମାଧ୍ୟମରେ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହାପରେ ଅତିଥିଙ୍କ ଦ୍ବାରା ଫୋରମ୍‌ର ପତ୍ରିକା ‘ଅଗ୍ରଗାମୀ’ ଉନ୍ମୋଚିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍‌ ଓ ସମାଜସେବୀ ପ୍ରଫେସର ଆଦିତ୍ୟ କୁମାର ମହାନ୍ତିଙ୍କୁ ସିଟିଜେନ୍‌ସ ଲିଜେଣ୍ଡ ଆୱାର୍ଡ-୨୦୨୧ରେ ସମ୍ମାନିତ କରାଯାଇଥିଲା। ଅନସୂୟା ସାହୁ ସଂଯୋଜନା ଦାୟିତ୍ବ ନିର୍ବାହ କରିଥିଲେ।

Comments are closed.