ଫୁମିଓ କିଶିଦା ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଟୋକିଓ: ଫୁମିଓ କିଶିଦା ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଜାପାନର ଶାସକ ଦଳ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦାଙ୍କୁ ବୁଧବାର ଦିନ ନିର୍ବାଚିତ କରିଛି । ଏହାଦ୍ୱାରା ସେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତି ଭାବରେ ପରିଗଣିତ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ମିଷ୍ଟଭାଷୀ କିଶିଦା ତାଙ୍କ ପ୍ରତିପକ୍ଷ ଲୋକପ୍ରିୟ ନେତା ତାରୋ କୋନୋଙ୍କୁ ଅପ୍ରତ୍ୟାଶିତ ଭାବରେ ପରାସ୍ତ କରି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର କରିଛନ୍ତି । ଅନ୍ୟପକ୍ଷରେ ସଂପ୍ରତି ଦେଶର ପ୍ରଧାନମନ୍ତ୍ରୀ ଥିବା ୟୋଶିହିଦେ ସୁଗା ମାତ୍ର ଏକ ବର୍ଷ ପ୍ରଧାନମନ୍ତ୍ରୀ ଭାବରେ ରହିବା ପରେ ଉକ୍ତ ପଦରୁ ଓହରି ଯିବାକୁ ଇଛା ପ୍ରକାଶ କରିଛନ୍ତି ।

Comments are closed.